ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି । ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ଶୁକ୍ରବାର ଭାରତୀୟ ଅଶୋଧିତ ତୈଳ ବାସ୍କେଟର ମୂଲ୍ୟ ବ୍ୟାରେଲ ପିଛା ୧୩୬.୫୬ ଡଲାରରେ ପହଞ୍ଚିଛି, ଯାହା ଯୁଦ୍ଧ ପୂର୍ବରୁ ମାତ୍ର ୭୦.୯ ଡଲାର ଥିଲା ।ବର୍ତ୍ତମାନ ପାଇଁ ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟ ସ୍ଥିର ରଖିଥିଲେ ହେଁ, ମାର୍ଚ୍ଚ ୩୧ ପରେ ସ୍ଥିତି ବଦଳିବା ଆଶା କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ, ୪ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସରକାର ଦର ବୃଦ୍ଧି ଉପରେ ରୋକ୍ ଲଗାଇ ପାରନ୍ତି, କିନ୍ତୁ ଏହା ପରେ ସାଧାରଣ ଜନତାଙ୍କ ଉପରେ ତୈଳ ଦର ବୃଦ୍ଧିର ବୋଝ ପଡ଼ିବା ନିଶ୍ଚିତ।
- ଦିଲ୍ଲୀରେ, ଆଜି ଏକ ଲିଟର ପେଟ୍ରୋଲ ୯୪.୭୭ ଏବଂ ଡିଜେଲ ୮୭.୬୭ ରେ ଉପଲବ୍ଧ।
- ମୁମ୍ବାଇରେ, ପେଟ୍ରୋଲର ମୂଲ୍ୟ ୧୦୩.୫୪ ପ୍ରତି ଲିଟର, ଡିଜେଲ ୯୦.୦୩ ଟଙ୍କା ।
- କୋଲକାତାରେ, ପେଟ୍ରୋଲ ଆଜି ୧୦୫.୪୫ ପ୍ରତି ଲିଟରରେ ସ୍ଥିର ରହିଛି, ଏବଂ ଡିଜେଲର ମୂଲ୍ୟ ୯୧.୦୨ ପ୍ରତି ଲିଟରରେ ରେକର୍ଡ କରାଯାଇଛି।
- ଚେନ୍ନାଇରେ, ଆଜି ପେଟ୍ରୋଲ ୧୦୦.୮୦ ପ୍ରତି ଲିଟର ଏବଂ ଡିଜେଲ ୯୨.୩୯ ପ୍ରତି ଲିଟରରେ ବିକ୍ରି ହେଉଛି।
- ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୧.୧୧ ରହିଥିବା ବେଳେ ଡିଜେଲ ଦର ୯୨.୬୯ ରହିଛି ।
