ମାର୍ଚ୍ଚ ୮ ରେ ସୁଭଦ୍ରା ଯୋଜନାର କିସ୍ତି ପାଇବାକୁ ଚାହୁଁଛନ୍ତି କି ?

୨୦୨୫ ମାର୍ଚ୍ଚ ୮ ତାରିଖରେ, ଅନ୍ତର୍ଜାତୀୟ ମହିଳା ଦିବସ ସହିତ ସୁଭଦ୍ରା ଯୋଜନା ଅଧୀନରେ ଓଡ଼ିଶାର ପ୍ରାୟ ୧ କୋଟି ଯୋଗ୍ୟ ମହିଳା ୫,୦୦୦ ଟଙ୍କାର ଦ୍ୱିତୀୟ କିସ୍ତି ପାଇବେ। ଏ ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା ।

ଭାଗ୍ୟବାନ ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହିଁ ସୁଭଦ୍ରା ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ସେପଟେ ମହିଳାଙ୍କ ନେତୃତ୍ୱାଧୀନ ସଶକ୍ତିକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସୁଭଦ୍ରା ପ୍ଲସ କାର୍ଯ୍ୟକାରୀ କରିବେ ସରକାର। ଏଥିରେ ‘କିଶୋରୀ ସୁଭଦ୍ରା’, ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖି, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ’ (ସୁଭଦ୍ରା କ୍ଲବ୍), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), “ସୁଭଦ୍ରା ସହ‌ଯୋଗୀ’, ‘ସୁଭଦ୍ରା ପଣ୍ଡିତ, ସୁଭଦ୍ରା ସୁଭଦ୍ରା’ ଓ ‘ସୁଭଦ୍ରା ବୃଦ୍ଧି’ ଭଳି ନୂଆ ପଦକ୍ଷେ ପଦକ୍ଷେପ ନେବେ ସରକାର।ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି , ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ସେମାନେ କରିବା ପରେ ତାଙ୍କୁ ମଧ୍ୟ ୨ୟ ପର୍ଯ୍ୟାୟରେ ଏକାବେଳେ ଦୁଇଟି କିସ୍ତି ଟଙ୍କା ମିଳିବ । ସିଧାସଳଖ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା । NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ ।

ଅଧିକ ପଢନ୍ତୁ