ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ। ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ତିରିଂ ଯାଏଁ ୬ ଲେନ୍ ସଡକ ନିର୍ମାଣ ହେବ ।
ଖୁବ ଶୀଘ୍ର ରେଳ ଜମି ଅଧିଗ୍ରହଣ କରାଯିବ ।ଏହା ସହ ସେ କହିଛନ୍ତି କି,ଗତ ୨୪ ବର୍ଷ ର ଶାସନ କାଳ ରେ ମାଲକାନଗିରି ଜିଲ୍ଲାର ଆଶା ଅନୁରୁପ ବିକାଶ ହୋଇ ନ ଥିବା ବେଳେ ମୋହନ ସରକାର ଏହି ସବୁ ଅଂଚଳର ବିକାଶ ଲାଗି ଦକ୍ଷୀଣ ଓଡିଶା ବିକାଶ ପରିଷଦ ଗଠନ କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି ।ମୁଖ୍ୟମନ୍ତ୍ରୀ ପ୍ରଥମେ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ କୃଷି ମେଳା ଉଦ୍ଘାଟନ କରିବା ସହ ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା କୃଷି ଯନ୍ତ୍ରପାତି, ଯାନବାହନ ଇତ୍ୟାଦି ପରିଦର୍ଶନ କରିଥିଲେ। ପରେ ଡିଏନ୍କେ ଖେଳପଡ଼ିଆରେ ଓର୍ମାସ ତରଫରୁ ବିଭିନ୍ନ ଜିଲା ଏବଂ ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲଗୁଡ଼ିକ ବୁଲି ଦେଖିଥିଲେ।