ମାଲକାନଗିରି,(ଓଡିଶା ଦର୍ପଣ): ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ଖେମୁଣ୍ଡଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଡକ୍ଟରେଟ ଇନ୍ ଫିଲୋସଫି ଭାବେ ତାମିଲନାଡୁସ୍ଥିତ ପେରାମବୁଲୁରରେ ଆନ୍ତଃ ରାଷ୍ଟ୍ରୀୟ ଦୀକ୍ଷାନ୍ତ ସମାରୋହରେ ସମ୍ମାନିତ କରାଯାଇଛି। ଡକ୍ଟରେଟ ସମ୍ମାନ ଉତ୍ତର ମେରିଆନା ଆଇଲେଣ୍ଡ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ସମ୍ମାନଜନକ କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ବ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଛି। ଶ୍ରୀ ଖେମୁଣ୍ଡୁଙ୍କୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନ ତଥା ସାଧାରଣ ପ୍ରଶାସନ ବିଷୟବସ୍ତୁ ଉପରେ ଅଧିକାରୀ ଭାବରେ ତାଙ୍କର ସାଧାରଣ ପ୍ରଶାସନ ପ୍ରତି ବଳିଷ୍ଠ ଅବଦାନ, କାର୍ଯ୍ୟଶୈଳୀ, କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ନିପୂଣତା ଜନସାଧାରଣଙ୍କ ପାଖରେ ସମର୍ପିତ ଭାବରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚେଇବା, ଫଳପ୍ରଦ କରିବା ଇତ୍ୟାଦି ବିଷୟକୁ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ସିନେଟ ଅବଲୋପନ କରିବା ପରେ ସିନେଟର ଅନୁମୋଦନକ୍ରମେ ଶ୍ରୀ ଖେମୁଣ୍ଡୁଙ୍କୁ ଏହି ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି । ଉକ୍ତ ସମାରୋହରେ ଦେଶ ବିଦେଶରୁ ବିଭିନ୍ନ ଗବେଷକ ଓ ପ୍ରାଧ୍ୟାପକ ଯୋଗ ଦେଇଥିଲେ।