ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଅପରାହ୍ନରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସେଠି ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ମାଲକାନଗିରି ଯିବାର କାର୍ଯ୍ୟକ୍ରମ ରହିଛି ।ଲଘୁଚାପ ଜନିତ ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟ ହୋଇଥିଲା । ଆଉ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି । ତେବେ ଜିଲ୍ଲାରେ କିଭଳି ବନ୍ୟା ସ୍ଥିତିର ମୁକାବିଲା କରାଯାଉଛି । ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ଷାଜନିତ ସମସ୍ୟା ପାଇଁ ଏନଡିଆରଏଫ ଟିମ ୪ ଜିଲା ଗସ୍ତ କରିଥିଲେ। ସେହି ଜିଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, କଟକ, ନୟାଗଡ଼। ଏହି ଚାରି ଜିଲାକୁ ଗୋଟିଏ ଲେଖାଏ ଏନଡିଆରଏଫ ଟିମ ଯାଇଥିଲେ। ପୂର୍ବରୁ ବନ୍ୟା ପ୍ରଭାବିତ ମାଲକାନଗିରି ଯାଇଥିଲେ ଏନଡିଆରଏଫ ଟିମ ।ସେହିପରି ଏହାପୂର୍ବରୁ ମାଲକାନଗିରିର ବନ୍ୟା ସ୍ଥିତିର ତଦାରଖ ଲାଗି ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ଲଗାତର ଭାବେ ବନ୍ୟା ସ୍ଥିତି ସମୀକ୍ଷା କରୁଥିଲେ ।

ଅଧିକ ପଢନ୍ତୁ

Odisha Darpan Digital