ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ଜଣେ ଡିଆର୍ଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କମ୍ବିଂ ବେଳେ ନ୍ୟାସନାଲ ପାର୍କ ନିକଟରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ ।ସେପଟେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଅଧିକ ଫୋର୍ସ ଓ ପୋଲିସ ସହାୟତାରେ ଅପରେସନକୁ ଜୋରଦାର କରାଯାଉଛି । ଜଙ୍ଗଲରେ ଏବେବି କିଛି ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି । ଅଧିକାରୀ କହିଛନ୍ତି ଯେ DRG ଏବଂ ରାଜ୍ୟ ପୋଲିସର ଏକ ଟିମ୍ ମିଶି ରବିବାର ନକ୍ସଲ ବିରୋଧରେ ଏକ ଅଭିଯାନ ଚଳାଇଥିଲେ। ଏହି ସମୟରେ, ନକ୍ସଲମାନେ ରାସ୍ତାରେ ଏକ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (IED) ରଖିଥିଲେ। ସୁରକ୍ଷା ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ଜୋରଦାର ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଯବାନ ଶହୀଦ ହୋଇଥିଲେ।
