ମାଲକାନଗିରି ସୀମାରେ ଏନକାଉଣ୍ଟର। ଛତିଶଗଡ଼ ସୁକୁମା ଜିଲ୍ଲା କିଷ୍ଟରାମ ଜଂଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି । କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫର ଏକ ମିଳିତ ଟିମକୁ ସେହି ଅଞ୍ଚଳକୁ ପଠାଯାଇଥିଲା। ମାଓବାଦୀମାନେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିବା ସହ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ। ସୁରକ୍ଷାବାହିନୀ ଏହାର ଜବାବ ଦେଇଥିଲେ। ଘଟଣାସ୍ଥଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି । ଡିଆରଜି ଓ କୋବ୍ରା ଯବାନଙ୍କ ପକ୍ଷରୁ ଅପରେଶନ ଜାରି ରହିଛି।
