ମାଲେସିଆ ଯିବେ ଓଡିଶା ଚାଷୀ ଓ କୃଷି ଅଧିକାରୀ

ମାଲେସିଆ ଗସ୍ତରେ ଯିବେ କୃଷକ ଏବଂ କୃଷି ଅଧିକାରୀ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି ।ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଜାଣିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଦ୍‌ଘାଟନ କରିଛନ୍ତି । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମାଲେସିଆ ଗସ୍ତର ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଏବଂ ଅଫିସରଙ୍କୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାଲେସିଆରୁ ଓଡ଼ିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ପଦନ୍ନୋତି ସମୟରେ ବିଚାର କରାଯିବ ବୋଲି ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅଧିକ ପଢନ୍ତୁ

kc ads