ମାସେ ହେଲା ଅଚଳ ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।

ମାସେ ହୋଇଗଲା । କେନ୍ଦ୍ରାପଡା ଅଟୋନୋମସ କଲେଜ ପଡିଆରେ ଅଟକି ରହିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜଗି ରହିଛନ୍ତି ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ । ସେପଟେ ଯାନ୍ତ୍ରିକ ତ୍ରୁଟି ଓ ପଙ୍ଖା ନଷ୍ଟ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ସେଠାରେ ସ୍ବାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ କିପରି ଆୟୋଜିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରାପଡା ଗସ୍ତରେ ଆସି କଲେଜ ପଡିଆରେ ଅସ୍ଥାୟୀ ହେଲି ପ୍ୟାଡରେ ଓହ୍ଲାଇଥିଲେ। ମାଉସୀ ମା ମନ୍ଦିର ନିକଟରେ ଆୟୋଜିତ ତିରଙ୍ଗା କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍କିଟ ହାଉସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରାହ୍ନରେ ଝଡ଼ବର୍ଷା ହୋଇଥିଲା । ଏହାପରଠୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇ ପଡ଼ିଛି । ନା ହେଲିକପ୍ଟର ଟି ମରାମତି ହେଉଛି ନା ଉଡାଣ ଭରୁଛି। ତେବେ ହେଲିକପ୍ଟରର ପଙ୍ଖା ନଷ୍ଟ ହୋଇଥିବା କୁହାଯାଉଛି। ଦୁଇ ଦୁଇ ଥର ବୈସାୟିକ ଟିମ୍ ଦେଖି ଫେରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସଜଡ଼ା ହୋଇପାରିନି । ଅନ୍ୟପକ୍ଷରେ ଅଟୋନୋମସ କଲେଜ ପଡିଆରେ ହେଲିକପ୍ଟରଟି ଅଟକି ରହିବା ଯୋଗୁଁ ନାନା ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital