ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ।ତାଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି। ତଳକୋର୍ଟ ରାୟ ବିରୋଧରେ ପ୍ରତାପ ହାଇକୋର୍ଟ ଯାଇଥିଲେ।ହାଇକୋର୍ଟଙ୍କ ଏହି ରାୟ ପରେ ପ୍ରତାପ ଏବେ ଦୋଷମୁକ୍ତ ହୋଇଛନ୍ତି। ତେବେ ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲା। ଏହାକୁ ନେଇ ପ୍ରତିପକ୍ଷ ଲଢ଼େଇ ଜାରି ରଖିଥିଲେ।