ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଶିବ ମନ୍ଦିର ପାଖ ବଡ଼ସାହି ଠାରେ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଅମୃତ କୁମାର ରାଉଳ,ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ସନାତନ ସାମଲ ,ସି ଡି ପି ଓ ସୁଭ୍ରକେଶି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital