ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ: ପ୍ରମୋଦ ସଭାପତି, କିଷାନ ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗଠିତ ହୋଇଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଦାଶରଥି ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର ଉପ ସଭାପତି,କିଷାନ କୁମାର ଦାସ ସମ୍ପାଦକ,ନଳିନୀକାନ୍ତ ମିଶ୍ର ଏବଂ ଭାଗିରଥି ଦାସ ଯୁଗ୍ମ ସମ୍ପାଦକ,କମଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ,ଶିଭାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା ଭାବେ ମନୋନୀତ ହୋଇଥିଲେ। ତୁରନ୍ତ କାର୍ଯ୍ୟକାରୀ କମିଟିର ବୈଠକ ବସି ମନ୍ଦିର ପରିଚାଳନା କମିଟିର ଏକ ବାଇଲ ଏବଂ ୧୮୬୦ ଆକ୍ଟ ଅନୁଯାୟୀ ପଞ୍ଜିକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ବରିଷ୍ଠ ସଦସ୍ୟ ଆଶୁତୋଷ ପଟ୍ଟନାୟକ ବୈଠକରେ ସଭାପତିତ୍ୱ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital