ମା’ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ପୁରସ୍କାର

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ‘ ଫାଉଣ୍ଡେସନ, ନୟାଗଡ଼କୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି l ପରିବେଶ ସୁରକ୍ଷା ପାଇଁ ମା ଫାଉଣ୍ଡେସନ  ନୟାଗଡ଼ ସହର ତଥା ନୟାଗଡ଼ ବ୍ଲକ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ସହି, ପଥପାର୍ଶ୍ଵ,
ଧାର୍ମିକସ୍ଥଳ ଓ ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଉପରେ ସଚେତନତା କରାଇବା ସହ ଚାରା ରୋପଣ, ବଣ୍ଟନ ଆଦି ବିଭିନ୍ନ ଉଲେଖନୀୟ କର୍ଯ୍ୟ ପାଇଁ ଏହି ପୁରସ୍କାର ଗତ ୫ ତାରିଖରେ ରାଜ୍ୟ  ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପାରିବର୍ତ୍ତନ ବିଭାଗ ଭୁବନେଶ୍ୱରସ୍ଥ କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୫ ଅବସରରେ ଆୟୋଜିନ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସାବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ
ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି ଜଙ୍ଗଲ ଓ ପରିବେଶ ମାନ୍ୟବର ମନ୍ତୀ ଗଣେଶ ରାମସିଂହି ଖୁଣ୍ଟିଆ, ମୁଖ୍ୟ ସଚିବ ମନୋଜ ଆହୁଜା ପ୍ରମୁଖଙ୍କ ଉପସ୍ଥିତିରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ କରକମକଳରୁ ମା’ ଫାଉଣ୍ଡେସନର ସମ୍ପାଦକ ରଂଜନ ରଶ୍ମି ଜେନା ମାନପତ୍ର ସହ ୨୦ ହଜାର ଟଙ୍କାର ଅର୍ଥ ରାଶି ଅନୁଷ୍ଠାନ ନାମରେ ଗ୍ରହଣ କରିଥିଲେ l ମା ‘ ଫାଉଣ୍ଡେସନ, ନୟାଗଡ଼ର ଏଭଳି ସଫଳତା ପାଇଁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ, ପ୍ରକୃତି ପ୍ରେମୀ ଓ
ଅନୁଷ୍ଠାନ ସମସ୍ତ କର୍ମକର୍ତ୍ତା ମନେ ଖୁସିବ୍ୟକ୍ତ କରିଛନ୍ତି l

ଅଧିକ ପଢନ୍ତୁ

kc ads