ଭୁବନେଶ୍ବର,(ଓଡିଶା ଦର୍ପଣ): ଭୁବନେଶ୍ବର ମା’ ବିରଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହିଦନଗର୍ ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀ ମା ମନ୍ଦିର ନିକଟରେ ରହୁଥିବା ଅଭାବୀ ଦିନହିନ ପୁରୁଷ ଓ ମହିଳା ବ୍ୟକ୍ତିମାନଙ୍କୁ ଟ୍ରଷ୍ଟ ତରଫରୁ ଶୀତବସ୍ତ୍ର, କମ୍ବଳ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେମାନେ ସମସ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୌମ୍ୟକାନ୍ତ ବଳବନ୍ତରାୟଙ୍କ ଉଦ୍ୟମରେ ୟୁ.ଏସ୍.ବି.ଏମର ଅଧ୍ୟାପକ ପ୍ରଦୀପ କୁମାର ଦେ, ଅଧ୍ୟାପକ କୈଲାସ ଚନ୍ଦ୍ର ନାୟକ, ଅଧ୍ୟାପକ ସ୍ଵାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
