ମା’ ଶାରଳାଙ୍କ ମନ୍ଦିରରେ ନିମ୍ନମାନର ଘିଅ ନେଇ ସନ୍ଧେହ

ତିରୁପତିରେ ଅପମିଶ୍ରିତ ଭୋଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନି । ଏହି ସମୟରେ କେନ୍ଦ୍ରାପଡ଼ାରୁ ଆସିଛି ଆଉ ଏକ ସାଙ୍ଘାତିକ ଘଟଣା । ଅପମିଶ୍ରିତ ଘିଅରେ ହେଉଛି ପ୍ରଭୁ ବଳଦେବଜିଉଙ୍କ ଭୋଗ । ଠାକୁରଙ୍କ ରୋଷ ଘର ଗୋଦାମରେ ଅଛି ଡବା ଘିଅ। ଯେଉଁଥିରେ ନାଁ ଅଛି ପ୍ରସ୍ତୁତିର ତାରିଖ ନା ବ୍ୟାଚ୍‌ ନମ୍ବର ।ଘିଅରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଆଉ ଏଭଳି ଅମମିଶ୍ରିତ ଘିଅରେ ପ୍ରସ୍ତୁତ କରାଯାଉଛି ପ୍ରସାଦ । ଭକ୍ତଙ୍କୁ ମଧ୍ୟ ଏହି ପ୍ରସାଦ ଦିଆଯାଉଛି । ଘଟଣା ଜଣାପଡ଼ିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ସେହିଭଳି ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଛନ୍ତି।ସୂଚନା ଥାଉକି, ମା’ଙ୍କ ନୀତି ପାଇଁ ବ୍ୟବହୃତ ହେଉଥିବା ଘିଅ ଅତି ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା । ମନ୍ଦିର କତ୍ତୃପକ୍ଷ ଏହି ଘିଅ ଓମଫେଡରୁ ଆଣୁଥିବା କଥା ବଡପଣ୍ଡାଙ୍କୁ କହିଥିବା ବେଳେ ତାହାର କ୍ବାଲିଟି ଠିକ ନୁହେଁ ଓ ଅତି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ବଡ଼ପଣ୍ଡା ।

ଅଧିକ ପଢନ୍ତୁ