ନିଜ ମାଆକୁ ଛେଚି ଛେଚି ମାରିଦେଲା । ଖାଲି କଣ ମାଆକୁ ନିଜ ସ୍ତ୍ରୀକୁ ବି ଛାଡ଼ିଲାନି। ସର୍ବସମ୍ମୁଖରେ ଖପୁରୀ କାଢ଼ି ମାଂସ ଖାଇଲା। ଏମିତି ନୃଶଂସ ମଣିଷ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। କୁଶିନଗରର ପାରସା ଗାଁରେ ଅତି ବୀଭତ୍ସ ଭାବେ ଡବଲ ମର୍ଡର ହୋଇଛି । ଏ ହତ୍ୟା ଆଉ କେହି ନୁହେଁ ସେହି ପରିବାରର ପୁଅ ସିକନ୍ଦର ଗୁପ୍ତା ହିଁ କରିଛି । ୩୦ ବର୍ଷିୟ ସିକନ୍ଦର ୬୦ ବର୍ଷୀୟ ମା’ ରୁନା ଦେବୀ ଏବଂ ୨୮ ବର୍ଷୀୟ ସ୍ତ୍ରୀ ପ୍ରିୟଙ୍କାଙ୍କୁ ପିଟିପିଟି ମାରିଥିଲା । ଘରର ଛାତ ଉପରେ ଉଭୟଙ୍କ ଜୀବନ ନେଇଥିଲା ।ଆଉ ଶେଷରେ ଦୁଇ ଜଣଙ୍କ ମୁଣ୍ଡ ଓ ଶରୀରକୁ ଛେଚି ଛେଚି ଖଣ୍ଡ ଖଣ୍ଡ କରିଥିଲା । ମା’ ଓ ସ୍ତ୍ରୀର ଜୀବନ ନେଲାବେଳେ ସେମାନେ ଚିତ୍କାର କରିଥିଲେ । ଗାଁ ଲୋକ ଆସି ରୁଣ୍ଡ ହୋଇ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫରକ ପଡ଼ିନଥିଲା । ଓଲଟି ମା’-ସ୍ତ୍ରୀକୁ ହତ୍ୟାକରି ସେମାନଙ୍କ ମାଂସକୁ ଗ୍ରାମବାସୀଙ୍କ ଉପରକୁ ଫିଙ୍ଗିଥିଲା ।ପରେ ଭେଜାକୁ ଖାଇଗଲା। ଏହି ବିଭତ୍ସ ଘଟଣା ଦେଖି ପୋଲିସ ବି ଭୟରେ ଥରହର ।ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସିକନ୍ଦର ମଦ୍ୟପାନ ଏବଂ ଗଞ୍ଜେଇ ନିଶା ସେବନ କରୁଥିଲା। ସେ ପ୍ରାୟତଃ ତାଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ଆକ୍ରମଣ କରୁଥିଲା, ପ୍ରାୟତଃ ସେମାନଙ୍କୁ ହତ୍ୟା ଧମକ ଦେଉଥିଲା। ଶେଷରେ ମାରିବି ଦେଲା। ଏମିତି ମାରିଲା ଯେ ମନ ଶାନ୍ତି ହେଲାନି। ପୁଣି ଥରେ ଖପୁରୀରୁ ମାଂସ କାଢ଼ି ଖାଇଗଲା ରାକ୍ଷସ। କୁଶିନଗର ପୋଲିସ ଏସପି କହିଛନ୍ତି, “ଡବଲ ମର୍ଡରର ଏକ ମାମଲା ରୁଜୁ କରାଯାଇଛି, ଏବଂ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ମଧ୍ୟ ଯାଞ୍ଚ କରୁଛି।” ଗୁଜରାଟର ନ୍ୟାସନାଲ ଫୋରେନସିକ୍ ସାଇନ୍ସ ୟୁନିଭରସିଟି (NFSU) ରାଜ୍ୟ ପୋଲିସ ବାହିନୀକୁ ସହାଯ୍ୟ କରିବେ। ବିଶେଷଜ୍ଞ ଅଶୋକ ଶ୍ରୀବାସ୍ତବ କହିଛନ୍ତି ଯେ, କୁଶୀନଗର ଘଟଣା ଭଳି ନରଭକ୍ଷ୍ୟ ସମ୍ପର୍କିତ କାର୍ଯ୍ୟ ପ୍ରବୃତ୍ତି ଗଭୀର ମାନସିକ ଆଘାତ ଏବଂ କିଛି କ୍ଷେତ୍ରରେ ସ୍ନାୟୁଗତ କାରଣ ଦ୍ୱାରା ଚାଳିତ ଚରମ ମାନସିକ ବିକୃତିକୁ ପ୍ରତିଫଳିତ କରେ।
ଏଘଟଣା ଭୟାବହ ହୋଇଥିବାବେଳେ ସିକନ୍ଦର ଜଣେ ମାନସିକ ରୋଗୀ ହୋଇପାରନ୍ତି। କାହିଁକିନା ଜଣେ ମଣିଷ ଯେତେ ବି ମଦ ପିଉନା କାହିଁକି ଏମିତି ନୃଶଂସ କେବେବି ହୋଇପାରିବ ନାହିଁ।
