ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମେଧାବୃତ୍ତି ଯୋଜନାରେ ମହାଦୁର୍ନୀତି

ଖୋର୍ଦ୍ଧାରେ ଜାଲ ସାର୍ଟିଫିକେଟ ଦେଇ ଟଙ୍କା ହଡପ ଘଟଣା । ୭ ଟି କଲେଜର ୧୪୯ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା ଦି ଟେକ୍ନୋ ସ୍କୁଲ, ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଗୁରୁକୁଳ ଇଞ୍ଜିନିୟରିଂ ସ୍କୁଲ, ଗୁରୁକୁଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମହାବୀର ଇଞ୍ଜିନିୟରିଂ କଲେଜ, ମହାବୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଶିବାନୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ ଅଧିନିୟମ ପାଇଁ ସେମାନଙ୍କ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରାଯାଇଛି।. ସିଏଜି ଅଡିଟିରୁ ଏ ସମ୍ପର୍କରେ ଖୁଲାସା ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖୋର୍ଦ୍ଧା ପୁଲିସ । ଛାତ୍ରଛାତ୍ରଙ୍କ ବିରୋଧରେ ଠକେଇ ନେଇ ଆଇପିସି ଦଫା ୪୨୦, ୩୫, ୪୬୭, ୪୬୮,୪୭୧, ୪୭୪ ରୁଜୁ କରିଛି ପୁଲିସ । ମିଥ୍ୟା ଆୟ ଓ ଜାତିଗତ ପ୍ରମାଣପତ୍ର ଦାଖଲ କରି ୧୪୯ ଛାତ୍ରଛାତ୍ରୀ ଯୋଜନା କରିଥିଲେ ହଡ଼ପ । କେବଳ ସେତିକି ନୁହେଁ, କଲେଜରେ ଆଦୌ ନାଁ ନ ଲେଖାଇ କିମ୍ବା ଅନୁପସ୍ଥିତ ଥାଇ ବି ଛାତ୍ରବୃତ୍ତିର ଉଠାଉଥିଲେ ଫାଇଦା । ସିଏଜି ଖୋର୍ଦ୍ଧା ଜିଲ୍ଲାରେ ଏହି ଯୋଜନାର ସମୀକ୍ଷା କଲାବେଳେ ଏ କେଳେଙ୍କାରୀର ଖୁଲାସା କରିଛନ୍ତି ।

ଅଧିକ ପଢନ୍ତୁ