ମିଲେଟ୍ ଖାଆନ୍ତୁ ସୁସ୍ଥ ରୁହନ୍ତୁ

ନୂଆଗାଁ:ନୂଆଗାଁ ବ୍ଲକ୍‌ର ସଦରମହକୁମାର ନୂଆଗାଁ ବଡ଼ସାହିଠାରେ ଆଜି ସକାଳ ୧୦ ଘଟିକା ସମୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହାମ୍‌ସ ଦ୍ଵାରା ଆୟୋଜିତ ଶ୍ରୀଅନ୍ନ ଅଭିଯାନ, କୃଷି ଓ କୃଷକ ସଶକ୍ରି ସଶକ୍ତିକରଣ ବିଭାଗ ସ‌ହଯୋଗରେ ମା’ ସମଲେଶ୍ୱରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିପ୍ପଳିତ ମିଲେଟ୍ ଶକ୍ତି ଟିଫିନ୍ କେନ୍ଦ୍ର ନାମରେ ଗୋଟିଏ ଟିଫିନ୍ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଗୋଷ୍ଠୀ କୃଷି ଅଧୂକାରୀ ନିହାର ରଞ୍ଜନ ପୃଷ୍ଟି ଉଦ୍‌ଘାଟନ କରିଛନ୍ତି । ଅନ୍ୟତମ ଅତିଥିଭାବେ ସହକାରୀ କୃଷି ଅଧୂକାରୀ ଶ୍ରୀମତୀ କୁମୁଦିନୀ ଦେଇ, ମିଶନ ଶକ୍ତିର ବ୍ଲକ୍ ସଂଯୋଜକ ସୌମ୍ୟଶାଶ୍ୱତ ମିଶ୍ର, ୱାଇପିଓ କୁମାରୀ ସାଶ୍ବତିକା ମହାପାତ୍ର, ବିଜୟ ମିଲେଟଇ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ ପରିପ୍ପଳକ ସୁରେନ୍ଦ୍ର କୁମାର ସାହୁ, ଭିଏଡଙ୍କୁ ଶ୍ରୀମତୀ ସରୀତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ହାମ୍‌ସର ସମ୍ପାଦକ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ । ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଯଥା ମାଣ୍ଡିଆ ବିସ୍କୁଟ୍, ମାଣ୍ଡିଆ ସୁପ୍, ମାଣ୍ଡିଆ ମିକ୍ସର, ମାଣ୍ଡିଆ ଚପ୍, ମାଣ୍ଡିଆ ବରା, ମାଣ୍ଡିଆ ମସଲାବରା, ମାଣ୍ଡିଆ ଦହିବରା, ମାଣ୍ଡିଆ ମୁଡ୍‌କି, ମାଣ୍ଡିଆ ଲଡୁ ଆଦି ଅତିଥିମାନଙ୍କୁ ଖାଇବାପାଇଁ ବିତରଣ କରାଯାଇଥିଲା । ଜଙ୍କ୍ ଫୁଡ୍ ଖାଦ୍ୟ ଖାଇବା ନାହିଁ, ମୃଦୁପାନୀୟ ପିଇବା ନାହିଁ, ତା ସହିତ ଅତ୍ୟଧୂକ ମସଲା ତେଲ ଯୁକ୍ତ ଖାଦ୍ୟ ଖାଇବାନାହିଁ ବୋଲି ମହିଳାମାନେ କହିଥୁଳେ । ଏହି କାର୍ଯ୍ୟକ୍ରମରେ ୪ ଟି ମହିଳା ସ୍ଵୟଂସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ସିକ୍ରିଡ଼ାର ପୁରୁଷୋତମ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ଶିବାନୀ ସ୍ଵୟଂ ସହାୟିକା ଗୋଷ୍ଠୀ, ନୂଆଗାଁର ମା’ ପାର୍ବତୀ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ମା’ ସମଲେଶ୍ଵରୀ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦେଇଥିବାବେ ବେଳେ ହାମ୍‌ସର ସମସ୍ତ କର୍ମକର୍ତା, ସିଆର୍‌ପି, ବିଜୟ ମିଲେଟ୍ କୃଷକ ଉତ୍ପାଦକ କର୍ମକର୍ତା ଏବଂ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଯୋଗଦେଇଥିଲେ । ଶେଷରେ ବ୍ଲକ୍ ସଂଯୋଜିକା ସୁନୀତା ଦାସଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଗୋଟିଏ ବାର୍ତା ପ୍ରଦାନ କରାଯାଇଥିଲା । ‘ମିଲେଟ୍ ଖାଆନ୍ତୁ ସୁସୁ ରୁହନ୍ତୁ ,ପଇସା ଦେଇ ରୋଗ କିଣନ୍ତୁ ନାହିଁ ।’

ଅଧିକ ପଢନ୍ତୁ

kc ads