ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟ ଭାଇଙ୍କ ବିରୋଧରେ ୭ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ହାଇମାଷ୍ଟ ଲାଇଟ ଲଗାଇବା, ରାସ୍ତା ଲାଇଟ୍ ମରାମତି କରିବା, ପାର୍କ ମାନଙ୍କରେ ଜିମ୍ ସାମଗ୍ରୀ ଲଗାଇବା ପରି ଅନେକ କାମରେ ଉଭୟେ ସରକାରୀ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ । ଅଭିଯୋଗ ପରେ ୨୦୨୪-୨୫ରେ ୭ ଲକ୍ଷ ୨୦ ହଜାର ଟଙ୍କା ଦୁହେଁ ଭାଇ ହଡ଼ପ କରିଥିବା ନେଇ ଜଣାପଡିଥିଲା। ସେଥିରୁ ୪ ଲକ୍ଷ ୨ ହଜାର ଟଙ୍କା ଜଣଙ୍କ ଆକଇଉଣ୍ଟରେ ଥିବା ବେଳେ ବାକି ୩ଲକ୍ଷ ୯୮୧ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟରେ ଥିବା ନେଇ ଜଣାପଡିଥିଲା ।
