ମିଳିଲା ସିଏମ୍ କିଷାନ ଟଙ୍କା

ଚାଷୀଙ୍କୁ ନୂଆଖାଇ ଭେଟି। ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ତୃତୀୟ କିସ୍ତି। ଡିବିଟି ଜରିଆରେ ହେଲା ୧୦୪୧ କୋଟି ଟଙ୍କା ଟ୍ରାନ୍ସଫର୍।ଚାଷୀଙ୍କ ଖାତାକୁ ଗଲା ୨ ହଜାର ଲେଖାଏଁ ଟଙ୍କା ।ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି।ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ମୋଟ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯଦି ଦେଖିବା ଗତବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକରଣ କରିଥିଲେ ।ଏହି ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ ୧୯ ରୁ ଆରମ୍ଭ ହୋଇ ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିଥିଲା । କ୍ଷୁଦ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରରୁ ଏହି ଟଙ୍କା ପ୍ରଦାନ କରାଯାଉଛି ।

ଅଧିକ ପଢନ୍ତୁ