ମିଳୁନାହିଁ ଚିଟ୍‌ଫଣ୍ଡ କାଗଜ ପତ୍ର-ମନମୋହନ,ସେହିଭଳି ଅରୁଣ ସାହୁ କହିଛନ୍ତି….

ଚିଟ୍‌ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ସରକାର।ସେହିଭଳି ଅରୁଣ ସାହୁ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା । ନିଜ କାନ୍ଧରୁ ଜୁଆଣି ଖସାନ୍ତୁ ନାହିଁ । ସବୁ କଥାରେ ୨୪ ବର୍ଷକୁ ଦୋଷ ହେଲେ ହେବନି । କେତେଦିନ ଆଉ ୨୪ ବର୍ଷ କଥା କହିବ । ଯାହା କରିପାରୁଛ ତାକୁ ନେଇ ବାହାବା ନେଉଛ ଆଉ ନକରିପାରିଲେ ୨୪ ବର୍ଷକୁ ଦୋଷ ଦେଉଛ । ଏବେ ସେମାନେ ସରକାରରେ । ଚିଟ୍‌ଫଣ୍ଡ କାଗଜ ଖୋଜିବା ଦାୟିତ୍ଵ ସରକାରଙ୍କର, ଖୋଜନ୍ତୁ ।

ଅଧିକ ପଢନ୍ତୁ

kc ads