ମିଶନ ଶକ୍ତି ମହିଳାଙ୍କ ଧାରଣା: ମିଶନ ଶକ୍ତି କର୍ମୀଙ୍କୁ ବିଜେଡିର ସମର୍ଥନ । 

ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ଗୃହରେ ଚର୍ଚ୍ଚା ହୋଇଛି । ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ।ସେପଟେ ବିଜେଡି ନେତେ ଏହି ବିକ୍ଷୋଭକୁ ଅଧିକ ଇନ୍ଧନ ଦେଉଥିବା ବେଳେ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ ଲୋୟର ପିଏମଜିରେ ପହଞ୍ଚି ସରକାରଙ୍କ ବିରୋଧରେ ବର୍ଷିଥିଲେ ।

ଆଉ ଆଜି ସମାନ ସ୍ଥିତି ରହିଥିବା ବେଳେ ବିଜେଡି ସହ ଧାରଣାରେ ସାମିଲ ହୋଇଛି କଂଗ୍ରେସ । ସେପଟେ ବିଧାନସଭାରେ ଶୂନ୍ୟକାଳରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛି ବିରୋଧୀ ବିଜେଡି । ତେବେ ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ ନୁହେଁ ।

ଅଧିକ ପଢନ୍ତୁ