ମୁଁ ଆହାତ ନଥିଲି, ଟିମ୍‌ରୁ ବାହାର ପାଇଁ କରାଯାଇଥିଲା ମିଛ ପ୍ରଚାର

୨୦୨୦ ଆଇପିଏଲରେ ବରୁଣ ୧୩ଟି ମ୍ୟାଚ୍ ଖେଳି ୧୭ ଓ୍ବିକେଟ୍‌ ନେଇଥିଲେ । ଏହାପର ସିଜିନ୍‌ରେ ୨୨.୬୬ ଷ୍ଟ୍ରାଇକ୍ ରେଟ୍‌ରେ ନେଇଥିଲେ ୧୮ଟି ୱିକେଟ୍ । ତାଙ୍କର କ୍ରମାଗତ ଭଲ ପ୍ରଦର୍ଶନ ଯୋଗୁଁ ସେ ଟିମ୍ ଇଣ୍ଡିଆର ଟି -20 ବିଶ୍ୱକପ ୨୦୨୧ ପାଇଥିଲେ । ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ତିନିଟି ମ୍ୟାଚରେ ବରୁଣ ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ । ଯେଉଁ କାରଣରୁ ଟିମ୍‌ ଇଣ୍ଡିଆରୁ ତାଙ୍କୁ ବାହାର କରାଯାଇଥିଲା । ସେଦିନଠାରୁ ସେ ଜାତୀୟ ଦଳକୁ ଫେରିନାହାନ୍ତି। ଏବେ ବରୁଣ ଦଳରୁ ବାଦ୍‌ ପଡ଼ିବା ନେଇ ବଡ଼ ଖୁଲାସା କରିଛନ୍ତି।

ସେ କହିଛନ୍ତି କି ୨୦୨୧ରେ ହୋଇଥିବା ଘଟଣା ତାଙ୍କୁ ବେଶ୍‌ ପ୍ରଭାବ ପକାଇଥିଲା । ଯେଉଁ କାରଣରୁ ସେ ୨୦୨୨ ଆଇପିଏଲ୍‌ ଖେଳିପାରିନଥିଲେ । ସେ ନିଜ ବୋଲିଂରେ ପରିବର୍ତ୍ତନ କରିବା ପାଇଁ ଅନେକ ଚେଷ୍ଠା କରିଥିଲେ । କିନ୍ତୁ ତାଙ୍କର ମାନସିକ ସ୍ଥିତି ଖରାପ ଥିବାରୁ ସେ ପ୍ରାକ୍ଟିସ୍‌ କରିପାରିନଥିଲେ ।

ଅଧିକ ପଢନ୍ତୁ