ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଉଜବେକିସ୍ତାନର ଆଙ୍ଗିୟୁଲରେ ୧୫ ଶହରୁ ଭାରତୀୟ କାମ କରୁଛନ୍ତି।ଅପରପକ୍ଷେ ଏ ନେଇ ଶ୍ରମ ବିଭାଗ ନିକଟରେ ଖବର ନାହିଁ । ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ବ୍ରହ୍ମପୁର ଶ୍ରମ ବିଭାଗ ଅଧିକାରୀ । କିଭଳି ଭାବେ ସେଠାରୁ ଗଞ୍ଜାମ ଯୁବକଙ୍କୁ ମୁକ୍ତି କରି ଅଣାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
