ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିଲେନି କିନ୍ତୁ ନବୀନଙ୍କୁ ଭେଟି ଏକାଦଶାହ ପାଇଁ ନିମନ୍ତ୍ରଣ କଲେ ପ୍ରଶାନ୍ତଙ୍କ ବଡ଼ ଭାଇ

ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ମୃଦ ଭଦ୍ରକର ପ୍ରଶାନ୍ତ ଶତପଥୀଙ୍କ ଆସନ୍ତା ୩୦ ତାରିଖରେ ଏକାଦଶାହ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ପ୍ରଶାନ୍ତଙ୍କ ବଡ଼ ଭାଇ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭେଟ ନପାଇ ନିରାଶ ହୋଇ ଫେରିଛନ୍ତି । ସେପଟେ ନବୀନ ନିବାସ ଯାଇ ସେଠାରେ ନବୀନ ପଟ୍ଟନାୟକଙ୍କୁ ଭେଟି ଏକାଦଶାହକୁ ଯିବାକୁ କରିଛନ୍ତି ନିମନ୍ତ୍ରଣ ।ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପହଲଗାମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ବଡ ଭାଇ ସୁଶାନ୍ତ ଶତପଥୀ । ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପରେ ପ୍ରଶାନ୍ତଙ୍କ ବଡ଼ ଭାଇ କହିଛନ୍ତି, “ଆତଙ୍କୀ ଆକ୍ରମଣରେ ଭାଇର ମୃତ୍ୟୁ ହେବା ପର ଦିନ ନବୀନ ପଟ୍ଟନାୟକ ଆମ ପରିବାରକୁ ଫୋନ କରିଥିଲେ । ଧର୍ଯ୍ୟହରା ନହେବା ପାଇଁ ଆମକୁ ଆଶ୍ବସନା ଦେଇଥିଲେ । ଭାଇର ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରବାକୁ ନବୀନ ନୀବାସ ଆସିଥିଲି । ସାକ୍ଷାତ ପରେ ସେ ପଚାରିଥିଲେ ଯେ ଆମକୁ କ’ଣ ଦରକାର, ମୁଁ ତାଙ୍କୁ କହିଲି ଯେ, ଆମକୁ ମୋ ଭାଇର ଶେଷକୃତ୍ୟରେ ସାମିଲ ହେବା ବ୍ୟତୀତ ଆଉ କିଛି ଦରକାର ନାହିଁ । ସେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ।”

ଅଧିକ ପଢନ୍ତୁ

kc ads