ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଆଜି ସଫଳ ଅସ୍ତ୍ରୋପଚାର ସରିଛି। ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଛନ୍ତି। ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ପ୍ରାୟ ୪୫ ମିନିଟ ଧରି ଚାଲିଥିଲା।ଏଥିପାଇଁ ମେଡିକାଲ ପକ୍ଷରୁ ଏକ ୧୦ ଜଣିଆ ଡାକ୍ତରୀ ଟିମ ପ୍ରସ୍ତୁତ ଥିଲେ। ସର୍ଜରୀ ବିଭାଗ ପ୍ରଫେସର ଏଲ. ଭି. ଗୌରିଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ ପ୍ରିୟଙ୍କା ମାରାଣ୍ଡିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ। ସୂଚନା ଅନୁସାରେ ଗତକାଲି ପ୍ରିୟଙ୍କା ମାରାଣ୍ଡି ଏସସିବି ମେଡିକାଲ କଲେଜ ହସ୍ପିଟାଲର ଶଲ୍ୟ ଚିକିତ୍ସା ବିଭାଗରେ ଆଡ଼ମିସନ ହୋଇଥିଲେ। ତାଙ୍କର ଏକ ଛୋଟ ଧରଣର ଅସ୍ତ୍ରୋପଚାର ହେଲା।
