ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ୍‌‌। ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍‌‌ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍‌‌ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍‌‌ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଏଥବପାଇଁ ପାଖାପାଖି ୯ହଜାର ବାଇକ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |ନୂଆ ନିଯୁକ୍ତି ମଧ୍ୟ ଦିଆଯିବ। ରାଜ୍ୟରେ ୨୯୯୮ ହୋମ୍‌ଗାର୍ଡଙ୍କୁ ପୁନଃ ନିଯୁକ୍ତି ମିଳିବ। ଏଥିସହିତ କାର୍ଯ୍ୟରତ ହୋମଗାର୍ଡଙ୍କ ଦେହାନ୍ତ ହେଲେ କ୍ଷତିପୂରଣ ଦେବାକୁ ଯୋଜନା ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୃତ୍ୟୁ ପରେ ପରିବାରର ଜଣଙ୍କୁ ମଧ୍ୟ ଚାକିରି ମିଳିବ। ଆଉ ୧୦ଟି ଓଡ୍ରାଫ୍‌ ୟୁନିଟ୍‌ ବଢ଼ାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital