ରାଜ୍ୟର ପଞ୍ଚାୟତ ପ୍ରତିନିଧି କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅନ୍ତର୍ଭୁକ୍ତ ହେବେ। କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି।
