ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ

ଭାଇ-ଭଉଣୀର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ ରାଖୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ। ଆଉ ବଦଳରେ ଭାଇ, ତା’ ଭଉଣୀକୁ ରକ୍ଷା କରିବାର ସଂକଳ୍ପ ବି ନେଇଥାଏ।ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

ଏହାସହ ବିଭିନ୍ନ ଅନୁଷ୍ଠାନର ମହିଳା ଓ ମହିଳା ସାମ୍ବାଦିକା ମଧ୍ୟ ସାମିଲ ହୋଇଥିଲେ। ଅତିଥି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତି ଥିଲେ। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହାତରେ ରାଖୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଏହାସହିତ ବିଭିନ୍ନ ଅନୁଷ୍ଠାନର ଭଉଣୀ ମାନେ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ।

ଅଧିକ ପଢନ୍ତୁ