ମୁଖ୍ୟମନ୍ତ୍ରୀ ବଡ ଘୋଷଣା: ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ହେବ ୪ ଲେନ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଏହି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ୬ ଲେନ ରାସ୍ତା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ପୁରୀ-ଭୁବନେଶ୍ବର ରାସ୍ତା ପାଇଁ ୧୮୦୦କୋଟି ଖର୍ଚ୍ଚ ହେବ। ବ୍ୟସ୍ତବହୁଳ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ୮ଲେନ ହେବ। ପ୍ରାୟ ୨ଶହ କିଲୋମିଟର ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ୮ ଲେନ କରାଯିବ।

ଏହି ରାସ୍ତା ୮ଲେନ ରାସ୍ତା ହେବା ସହ ୨ ଲେନ ସର୍ଭିସ ରୋଡ ବି ରହିବ। ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥ ୫୭ ହେବ ୪ ଲେନ। ୪ ଲେନ ସହ ସର୍ଭିସ ରୋଡ ମଧ୍ୟ ରହିବ। ଏଥିପାଇଁ ୧୧ଶହ କୋଟି ଖର୍ଚ୍ଚ ହେବ। ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ