ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ ସେବା

ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା । ଡ୍ରପଆଉଟ୍ ସଂଖ୍ୟା ରୋକିବାକୁ ପଦକ୍ଷେପ । ଅଧିକ ସ୍କୁଲକୁ ଯାତାୟତ ବଢ଼ାଇବାକୁ ନୂଆ ରୁଟ୍‌ ପ୍ରସ୍ତୁତ କରିବ ଓଏସଆରଟିସି । ୫୦% ରିହାତି ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯିବ । ଉଭୟ ଏସି ଓ ନନ ଏସି ବସରେ ଲାଗୁ ହେବ ଏହି ସେବା । ବସରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ ।   ଓଏସଆରଟିସି ସଫ୍ଟୱେର୍ ଆପ୍ଲିକେସନ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡିବ। ରୁଟରେ ସର୍ବାଧିକ ସଂଖ୍ୟକ ସ୍କୁଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଓଏସଆରଟିସି ଦ୍ୱାରା ବିଦ୍ୟମାନ ବସ୍ ରୁଟ୍ ଏବଂ ବସ୍ ସମୟ ପୁନଃ ସମୀକ୍ଷା କରାଯିବ।। ସଂଶୋଧିତ ରୁଟରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ ।

ଅଧିକ ପଢନ୍ତୁ