ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଦେଇ ମାମଲାର ସମ୍ମୁଖୀନ ହେବାର କିଛି ଦିନ ପରେ ବିଜୁ ଜନତା ଦଳ (ବିଜେଡି)ର ନେତା ମନ୍ମଥ ରାଉତରାୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ମନ୍ମଥ ଆପତ୍ତି ଉଠାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଆଦିବାସୀ ଝିଅଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଅପଶବ୍ଦ ମଧ୍ୟ ପ୍ରୟୋଗ କରିଛନ୍ତି। ସେସବୁ ଆଦିବାସୀ ଝିଅଙ୍କ ପ୍ରତି ଅସମ୍ମାନ। ମୁଖ୍ୟମନ୍ତ୍ରୀ ଯେଉଁ ଅପଶବ୍ଦ ପ୍ରୟୋଗ କରିଥିଲେ, ତାହା ଅଶୋଭନୀୟ। ଦକ୍ଷିଣ ଭାରତର ଏକ ପରିବାର ପ୍ରତି, ଐତିହ୍ୟ ପ୍ରତି ଅପମାନ। ଏହି ଘଟଣା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମାଝୀଙ୍କ ବିରୋଧରେ କଥିତ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଭାଜପାର ଆଇନଗତ ସେଲ୍ର ଅଭିଯୋଗ କ୍ରମେ ସାଇବର ପୋଲିସ୍ ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।
