ମୁଢ଼ି ବିକୁଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ

ଏମିତି ବି ଆସେ ମୃତ୍ୟୁ । ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଗାଁ ଦାଣ୍ଡରେ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଲେ ଜଣେ ବ୍ୟବସାୟୀ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଢେଙ୍କାନାଳର ଶୁକଦେବ ବେହେରା(୪୬)। ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ।

ଗତ ଗୁରୁବାର ଶୁକଦେବ ବୁଲି ବୁଲି ମୁଢ଼ି ବିକ୍ରି କରୁଥିଲେ। ଗଚ୍ଛକାଳୀ ଛକ ନିକଟରେ ହଠାତ୍ ସେ ତାଙ୍କର ଗାଡ଼ି ଉପରେ ମୁହଁମାଡ଼ି ନିସ୍ତେଜ ହୋଇ ପଡ଼ିଯାଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃତଘାତ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital