ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ଭୁତଳ ରାସ୍ତା ନିର୍ମାଣ ଦାବିକୁ ନେଇ ସଭାଯାତ୍ରା ଓ ଧାରଣା l

ମୁନିଗୁଡା,୨୨/୧୧ ମୁନିଗୁଡାରେ ଏକ ଭୁତଳ ରାସ୍ତା ବା ଅଣ୍ଡର ଗ୍ରାଉଣ୍ଡ ରୋଡ଼ ନିର୍ମାଣ ଦାବିକୁ ନେଇ ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ସଭାଯାତ୍ରା କରିବା ସହ ରେଳ ଷ୍ଟେସନ ସାମନା ଅଟୋ ଷ୍ଟାଣ୍ଡ ନିକଟରେ ପ୍ରତୀକ ଧାରଣା ଦିଆଯାଇଥିବା ଜଣାପଡିଛି l ଏହି ଅବସରରେ ପ୍ରଗତି ମଞ୍ଚର ସଭାପତି ସିଏଚ ଗଣେଶ୍ୱର ରାଓ,ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ଵ ଓ ଉପସଭାପତି ରାଜିବଲୋଚନ ଦାସ,ସହ ସମ୍ପାଦକ ମନୋରଞ୍ଜନ ଦଲାଇ ଓ କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ମୁନିଗୁଡାର ବିଭିନ୍ନ ସାମାଜିକ,ଧାର୍ମିକ,ସାଂସ୍କୃତିକ, ରାଜନୈତିକ ସଙ୍ଗଠନ ଓ ବ୍ୟବସାୟିକ ପ୍ରତିଷ୍ଠାନ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସମେତ ସମସ୍ତ ଜନ ସାଧାରଣଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସରରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରି ରେଳ ଷ୍ଟେସନ ସାମନା ଅଟୋ ଷ୍ଟାଣ୍ଡ ନିକଟସ୍ଥ ଧାରଣା ସ୍ଥଳରେ ପହଞ୍ଚି ଥିଲେ l

ସେଠାରେ ବିଭିନ୍ନ ସଙ୍ଗଠନର ସଭାପତି ଓ ସଦସ୍ୟ ମାନେ ଭୁତଳ ରାସ୍ତା ନିର୍ମାଣ ମୁନିଗୁଡାର ଦୀର୍ଘ ବର୍ଷ ଦାବି ଏବଂ ଏହା ଏକ ନ୍ୟାର୍ଯ୍ୟ ଦାବି ବୋଲି ମତ ପ୍ରକାଶ କରିଥିଲେ l ଦିନ ତମାମ ଧାରଣାରେ ବସିବା ପରେ ଅପରାହ୍ନରେ ଧାରଣା ସ୍ଥଳକୁ ପହଞ୍ଚି ସମ୍ବଲପୁରରୁ ଡିଇଏନ ସାଉଥ ନବୀନ ରାଜୁ,ମୁନିଗୁଡା ତହସିଲଦାର ଏମ.ଅନୁରାଧା, ଆରପିଏଫ ଅଫିସର ଏନ.ଏସ,ମୀନ,ଏସଆଇ ଏ.କଜୁର, କେ.ସ୍ୱୟଂ ପ୍ରକାଶ,ଟି.ଏସ ଭଞ୍ଜ, ଜିଆରପି ଏସଆଇ ମୁନା କୁମ୍ଭାର ପ୍ରମୁଖଙ୍କ ସମେତ ଅନ୍ୟ ରେଳ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଆଲୋଚନା କରିବା ସହ ଭୁତଳ ରାସ୍ତା ନିର୍ମାଣର ସର୍ଭେ ନିମନ୍ତେ ଏକ ସପ୍ତାହ ସମୟ ମାଗିବା ସହ ଏହି ଧାରଣାକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲେ l ତେଣୁ ପ୍ରଗତି ମଞ୍ଚ ତରଫରୁ ଏହି ଧାରଣାକୁ ସ୍ଥଗିତ କରାଯିବା ସହ ରେଳ ବିଭାଗକୁ ୭ ଦିନର ସମୟ ଦିଆଗଲା l ଏହି ଧାରଣା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଏସପି ନେତା ଜିତୁ ଜାକେଶିକା, ସରପଞ୍ଚ ପାଇକ ଯାକେକା ନିଜର ସମର୍ଥନ ଜଣାଇଥିଲେ l ସେହିପରି
ମୁନିଗୁଡ଼ା ପ୍ରଗତି ମଞ୍ଚର ଉପଦେଷ୍ଟା ଏମଡି.ଆୟୁବ,ରାମଚନ୍ଦ୍ର ବେହେରା, ଜଗନ୍ନାଥ ନୁଣ୍ଡ୍ରୁକା,ରତନ ଲାଲ ଜୈନ,ଚିନ୍ତାମଣି ସାହୁ,
ଶକୁନ୍ତଳା ନୁଣ୍ଡ୍ରୁକା,ପ୍ରଦୀପ ପରିଛା,
କେ.ସତ୍ୟନାରାୟଣ ରାଓ,
ବିଦ୍ୟାଧର ଦାସ,ବଙ୍କିମ ସାହୁ,
ତ୍ରିନାଥ ପଣ୍ଡା,ନୀଳାମ୍ବର ବିଭାର,
ଭାଗିରଥି ନାଗ,ରମେଶ ପାଲକା,
ପ୍ରଭାତ ପାଣିଗ୍ରାହୀ,କେ.ଶ୍ରୀନିବାସ,
ଗଣେଶ ପାତ୍ର,ଲାଡି ଶଙ୍କର,ଗୌରୀ ଶଙ୍କର ପାତ୍ର,କ୍ଷମାସାଗର ଦାସ, ଆନନ୍ଦ ରାଓ,ଦୁଃଖିଶ୍ୟାମ୍ ସୁବୁଦ୍ଧି,ବାଲାଜୀ ପାତ୍ର,ବ୍ରହ୍ମାନନ୍ଦ ଆଚାରୀ,ପ୍ରମୋଦ ସାହୁକାର ପ୍ରମୁଖଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l

ଅଧିକ ପଢନ୍ତୁ