ମୁମ୍ୱାଇରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କୁ ଆଉ ଜଣେ ଯାତ୍ରୀ ମାରିଲେ ଚାପୁଡା

ମୁମ୍ୱାଇରୁ କୋଲକାତା ଯାଉଥିବା ଇଣ୍ଡିଗୋର ଫ୍ଲାଇଟ୍‌ରେ ଶୁକ୍ରବାର ( ୧ ଜୁଲାଇ) ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁ଼ଡ଼ା ମାରିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। ଚାପୁଡ଼ା ମାରିବା ପରେ ଅନ୍ୟ ଯାତ୍ରୀମାନେ ସେହି ଯାତ୍ରୀ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଏହି ସମୟରେ , ଏୟାରହୋଷ୍ଟେସ ମଧ୍ୟ ଯାତ୍ରୀଙ୍କୁ ଏମିତି ବ୍ୟବହାର ନକରିବାକୁ ଅପିଲ କରିବାର ଦେଖିବାକୁ ମିଳିଥିଲା। ଅନ୍ୟପଟେ ଚାପୁଡ଼ା ଖାଇଥିବା ବ୍ୟକ୍ତି ତୁରନ୍ତ କାନ୍ଦି ପକାଇ ଥିଲେ।ବିମାନ କୋଲକାତାରେ ଅବତରଣ କରିବା ପରେ ଆକ୍ରମଣକାରୀଙ୍କୁ “ଅନିୟମିତ” (unruly) ଘୋଷଣା କରାଯାଇ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)କୁ ହସ୍ତାନ୍ତର କରାଯାଇଛି ।

କୋଲକାତା ଏୟାରପୋର୍ଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲେ । ପରେ ଚେତାବନୀ ଦେଇ ଛାଡ଼ି ଦିଆଯାଇଥିଲା । ଘଟଣାକୁ ଇଣ୍ଡିଗୋ ନିନ୍ଦା କରିଛି । ଏ ନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସିଭିଲ ଏଭିଏସନ- DGCAକୁ ରିପୋର୍ଟ କରାଯାଇଛି । ଆକ୍ରମଣକାରୀଙ୍କୁ “ନୋ-ଫ୍ଲାଇ ଲିଷ୍ଟ”ରେ ରଖାଯିବା ମଧ୍ୟ ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ

kc ads