ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ଝିଅ ଦୀପାଳି । ‘ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ ।ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି । ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ? ଆମ ପରିବାରକୁ ଆକ୍ଷେପ କରାଯାଉଛି, ଆମ ସହ ଠିଆ ହେବେକି ।ତା ସହ ଯେଉଁ ବିଧାୟକମାନେ ତାଙ୍କ ବାପାଙ୍କ ହତ୍ୟାକାଣ୍ଡ କଥା କହୁଛନ୍ତି, ସେମାନେ ତାଙ୍କ ପରିବାର ସହ ଠିଆ ହେବେ କି? ବୋଲି କହିବା ସହ କିଛି ଗଣମାଧ୍ୟମ ମଧ୍ୟ ଏକତରଫା ଖବର ପରିବେଷଣ କରୁଛନ୍ତି ବୋଲି ସେ କହିଛନ୍ତି । ମୋ ଭାଇକୁ ବିନା ୱାରେଣ୍ଟିରେ ଛତିଶଗଡ଼ରେ ଅଟକ ରଖିଲେ । ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖା ମାଗୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଆମକୁ ଡାକି ଆଲୋଚନା କରି ଆଗକୁ ବଢ଼ନ୍ତୁ ।