ମୃତଚାଷୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅଭିନେତ୍ରୀ ରାନୀ ପଣ୍ଡା ।

୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଶୁକ୍ରବାର ଆର୍ଥିକ ସହାୟତାର ଯୋଗାଇ ଦେଇଛନ୍ତି। ତେବେ ପୂର୍ଣଚନ୍ଦ୍ର କିଛି ଋଣ କରି ଚାଷ କରିଥିଲେ । ଆଉ ଫସଲ ନଷ୍ଟ ହୋଇଯିବାରୁ ଦୁଃଖରେ ଭାଙ୍ଗିପଡ଼ିଥିଲେ । ରାନୀ ପଣ୍ଡା ତାଙ୍କ ପତ୍ନୀ ପାର୍ବତୀଙ୍କୁ ୧ ଲକ୍ଷ ଟଙ୍କାର ଚେକ ଦେବା ସହ ପାରିବାରିକ ରୀତିନୀତି ଅନୁଯାୟୀ ଏକାଦଶାହ ଉପଲକ୍ଷେ ୮୦୦ ଲୋକଙ୍କ ପାଇଁ ମହାପ୍ରସାଦ ସେବନ କରାଇବାର ସମ୍ପୂର୍ଣ୍ଣ ବ୍ୟୟ ଓ ସମସ୍ତ ବ୍ୟବସ୍ଥା ନିଜେ କରାଇବା ବୋଲି ପ୍ରତିଶୃତି ଦେଇଛନ୍ତି ।ଋଣବୋଝ ସାଙ୍ଗକୁ ଫସଲହାନୀ ସେପଟେ ପରିବାରର ମୁଖିଆଙ୍କୁ ହରାଇ ଭାଙ୍ଗିପଡ଼ିଥିବା ପରିବାର ପାଇଁ ରାଣୀ ପଣ୍ଡା ଜନ୍ମିତ ଝିଅଠାରୁ ଅଧିକ କର୍ତ୍ତବ୍ୟ କରିଥିବାରୁ ପରିବାର ଲୋକେ ରାନୀଙ୍କୁ ଆର୍ଶିବାଦ କରିଛନ୍ତି। ଗ୍ରାମବାସୀ ମଧ୍ୟ ରାନୀଙ୍କ ଏଭଳି ସହାୟତା ପାଇଁ କୃତଜ୍ଞତା ଜଣାଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital