ମୃତ ଝିଅର ଶବକୁ ଟ୍ରଲିରେ ଡାକ୍ତରଖାନା ବୋହିଲେ ବାପା । ଆତ୍ମହତ୍ୟା କରିଥିବା ଝିଅର ଶବକୁ ପୋଲିସ ଜବଦ କରିଥିଲା । କିନ୍ତୁ ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନକରି ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ କାନ୍ଧ ଖସାଇଦେଲା। ହେଲେ ଗରିବ ଆଦିବାସୀ ବାପା ପାଖରେ ଶବ ନେବା ପାଇଁ ଅର୍ଥ ନଥିବାରୁ ଗାଁ’ରୁ ଏକ ଟ୍ରଲି ରିକ୍ସା ମାଗି ଝିଅର ଶବକୁ ଘରଠାରୁ ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।ବାଲେଶ୍ବର ବାଲିଆପାଳ ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ଘଟଣା ସାମ୍ନାକୁ ଆସିବା ପରେ ବାଲିଆପାଳ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
