ନୀଳାଦ୍ରି ବିଜେ ପରେ ଆଜିଠାରୁ ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହେଲେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ବିଭ୍ରାଟ ଅଭିଯୋଗ ହୋଇଛି । ଗଳାବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପଶିଗଲେ କିଛି ଯୁବକ ।ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ ମଧ୍ୟ ମାଳ ମାଳ ପୋଲିସ ମୁତୟନ ରହିଥିଲେ। ଏହାରି ଭିତରେ ଦକ୍ଷିଣ ଦ୍ୱାର ମେଘନାଦ ପାଚେରୀ ଭିତରେ ୪ଜଣ ସନ୍ଦିଗ୍ଧ ଯୁବକ ଚଢ଼ିଥିଲେ । କେଉଁ ଉଦ୍ଦେଶ୍ୟରେ ଏମାନେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ। ଏନେଇ ପୋଲିସ ପାଖରେ ସୂଚନା ଅଛି କି ନାହିଁ ତାହା ଜଣାପଡ଼ିନଥିବା ବେଳେ, କେତେ ସୁରକ୍ଷିତ ଶ୍ରୀମନ୍ଦିର ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ପରେ ପ୍ରତିକ୍ରିୟା ରଖିଛନ୍ତି ଏସପି । ସେ କହିଛନ୍ତି ମେଘନାଦ ପାଚେରି କଡରେ ମାଟି କିଏ ପକାଇଥିଲା ତଦନ୍ତ ହେବ । ତଦନ୍ତ ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।
