‘ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍‌ ଫିଙ୍ଗର ଦେଖାଇବାରୁ ଝଗଡ଼ା ହୋଇଥିଲା’

କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଛାତ୍ରଙ୍କ ବୟାନ । କହିଲେ ଆମ ଭିତରେ କେବଳ ଠେଲାପେଲା ହୋଇଥିଲା । ସେମାନେ ପ୍ରଥମେ ଆମକୁ ଆକ୍ରମଣ କରିଥିଲେ । ଆମର କୌଣସି ଭୁଲ୍‌ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ବେଳେ ଆଜି ଏମିତି କହିଛନ୍ତି ୭ ଛାତ୍ର |ଗିରଫ ହୋଇଥିବା ୭ ଛାତ୍ର କହିଛନ୍ତି, ଆମେ ପଟିଆରୁ ଫେରୁଥିଲୁ। ମେଜର ଓ ତାଙ୍କ ବାନ୍ଧବୀ ଫୁଲ୍‌ ନିଶାରେ ଥିଲେ। ସେମାନେ ଆମକୁ ରାସ୍ତାରେ ଅଟକାଇବାକୁ ଚେଷ୍ଟା କରିଥିଲେ। କାର୍‌ରେ ରହି ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍‌ ଫିଙ୍ଗର ଦେଖାଇଥିଲେ। ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏହାପରେ କାର୍‌ ଅଟକାଇବାକୁ ଆମେ ସେମାନଙ୍କୁ କହିଥିଲୁ।

ସେମାନେ କାର୍‌ ଅଟକାଇ ଥିଲେ। ତା’ପରେ ଆମ ସହିତ ଯୁକ୍ତିତର୍କ କରିଥିଲେ। ଯାହାଫଳରେ ସେଠାରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ସେତେବେଳେ ସେମାନେ ଫୁଲ୍‌ ନିଶାରେ ଥିଲେ। କାର୍‌ ଭିତରେ ମଦ ଥିବା ଦେଖିବାକୁ ପାଇଥିଲୁ ବୋଲି ଛାତ୍ରମାନେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital