ମେଟା ନେଲା ବଡ଼ ନିଷ୍ପତ୍ତି ।ଏହିସବୁ ଫୋନରେ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ ।

ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ମେଟା ପକ୍ଷରୁ କୁହାଯାଇଛି କି, କିଛି ମୋବାଇଲ ଫୋନ ବନ୍ଦ ହୋଇପାରେ । ଭାରତରେ ଅଧିକାଂଶ ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି । ଅନେକ ସମୟରେ ପ୍ଲେ ଷ୍ଟୋରରେ ଅପଡେଟ୍‌ ଆସେ । ଆଉ ଅପଡେଟ୍‌ କରିବା ପରେ ନୂଆ ଫିଚର୍ସ ଆମକୁ ମିଳେ । ହେଲେ ନୂଆ ବର୍ଷରୁ ଆଉ ନୂଆ ଫିଚର୍ସ ଅପଡେଟ୍‌ ହୋଇପାରିବ ନାହିଁ । ତେଣୁ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ । ଖାସ କରି ୧୦ ବର୍ଷ ପୁରୁଣା ଓଏସ୍‌ ଭର୍ସନରେ ଆଉ ଅପଡେଟ୍‌ ହୋଇପାରିବ ନାହିଁ ମେଟାର ଅନେକ ଫିଚର୍ସ ।

ତେଣୁ ମେଟା ପୁରୁଣା ଓଏସ୍‌ ଫୋନ୍‌ର ନୂଆ ସିଷ୍ଟମର ସପୋର୍ଟ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ମେଟା ପକ୍ଷରୁ ଦିଆଯାଇଥିବା ଲିଷ୍ଟରେ, ସାମସଙ୍ଗ ଗ୍ଲାଲେକ୍ସି ଏସ୍‌-୩, ଗ୍ଲାଲେକ୍ସି ନୋଟ୍‌-୨, ଗ୍ଲାଲେକ୍ସି ଏସିଇ-୩, ଗ୍ଲାଲେକ୍ସି ଏସ-୪ ମିନି, ମୋଟ୍ରୋଲାର ମୋଟେ ଜି (ଫାଷ୍ଟ ଜେନ୍) ରାଜାର ଏଚ୍‌ ଡି, ମୋଟୋ ଇ-୧୪, ଏଚଟିସି ୱାନ୍‌ ଏକ୍ସ, ୱାନ ଏକ୍ସ ପ୍ଲସ୍‌, ଏଲଜି ଅପଟିମସ୍‌-ଜି, ନେକ୍ସସ-୪, ଜି-୨ ମିନି, ଏକ୍ସପେରିଆ-ଟି, ଏକ୍ସପେରିଆ-ଭି ଆଦି କେତେକ ମୋବାଇଲରୁ ମେଟା ସପୋର୍ଟ ସିଷ୍ଟଟ କାଢିନେଉଥିବା କୁହାଯାଇଛି ।

ଅଧିକ ପଢନ୍ତୁ