ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ, ବେଡ ବାଡ ଭାଙ୍ଗି ଗଳିପଡିଲେ ରୋଗୀ

କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି ।ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି । ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ । ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି।

ଅଧିକ ପଢନ୍ତୁ