ମେଡିକାଲ ଓ୍ୱାର୍ଡରେ ସାପ: ସମ୍ପର୍କୀୟଙ୍କୁ କାମୁଡିଲା, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆନନ୍ଦପୁର ମେଡିକାଲରେ ଅଘଟଣ । ମେଡିକାଲ ଓ୍ୱାର୍ଡରେ ଶୋଇଥିବା ସମରେ ବିଳମ୍ବିତ ରାତିରେ ଯୁବକଙ୍କୁ କାମୁଡିଦେଲା ବିଷଧର ସାପ । ଉପଖଣ୍ଡର ମୁଖ୍ୟ ମେଡ଼ିକାଲରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବକ ଜଣକ ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇ ବୋଲି ଜଣାପଡ଼ିଛି ।ତାଙ୍କ ବଡ଼ ମା’ପେଲଙ୍ଗ ମୁଣ୍ଡା ଅସୁସ୍ଥ ଥିବାରୁ ଗତକାଲି ସେ ମେଡିକାଲରେ ସହାୟତା ପାଇଁ ରାତିରେ ରହି ଯାଇଥିଲେ । ବଡ ମାଆଙ୍କ ଓ୍ୱାର୍ଡ ସାମ୍ନା ବାରଣ୍ଡାରେ ଶୋଇଥିବା ସମୟରେ ହଠାତ୍ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡି ଦେଇ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା । ସେ ପାଟି କରିବାରୁ ତାଙ୍କ ପାଖରେ ସୁରକ୍ଷାକର୍ମୀ ଓ ପାଖରେ ଥିବା ଲୋକେ ପହଞ୍ଚି ସାପକୁ ତାଙ୍କ ପ୍ୟାଣ୍ଟ ଭିତରୁ ବାହାର କରିଥିଲେ । ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇଛି।

ଏହା ପରେ ସାପକୁ କେହି ମାରିଦେଇଥିବା କୁହାଯାଉଛି। ଏହି ଘଟଣା ପରେ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ

kc ads