ମେଢ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନା ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲିବେ ଭୁବନେଶ୍ୱର ଓ କଟକର ବିଭିନ୍ନ ପୂଜା ମଣ୍ଡପ । ବୁଧବାର ଏନେଇ ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ ।ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି ମା ଦୁର୍ଗାଙ୍କୁ ଦର୍ଶନ ସହ ଆର୍ଶୀବାଦ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ମହାଷ୍ଟମୀରେ ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ସେହିପରି ନବମୀ ୧୨ ତାରିଖ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ । ଦଶହରାରେ ନିଜ ଜିଲ୍ଲା କେନ୍ଦୁଝରରେ ଦୁର୍ଗା ପୂଜାରେ ସାମିଲ ହେବେ | ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ମଣ୍ଡପ ବୁଲିବେ, ହେଲେ କେଉଁଠିକୁ ଯିବେ ତାହା ସ୍ଥିର ହୋଇନି ବୋଲି ବାବୁ ସିଂ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads