ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ। ବିଶେଷକରି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଉଲ୍ଲଙ୍ଘନକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ନୋଟିସ୍ ପଠାଯିବ। ଏହାସହ ବକେୟା ଚାଲାଣ ପୈଠ କରି କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି।ପ୍ରତି ଆରଟିଓରେ ଓଟିଏସ ଯୋଜନା ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ ହେବ।
