ୟୁପି ଷ୍ଟାଇଲରେ ସାଇଲେନ୍ସର ଉପରେ ଚଢ଼ିଲା ରୋଲର । ଭଦ୍ରକ ସହରରେ ବିକଟାଳ ଶବ୍ଦ କରି ଆତଙ୍କ କରୁଥିବା ବାଇକ ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଭଦ୍ରକ ଟାଉନ ପୋଲିସ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛି ।ଏହି ଏକ ମାସ ମଧ୍ୟରେ ପ୍ରାୟ ୨୫୦ ରୁ ଅଧିକ ସାଇଲେନ୍ସର ଜବତ କରାଯାଇଥିଲା । ତାକୁ ଆଜି ଥାନା ପରିସରରେ ରୋଲର ଚଢାଇ ନଷ୍ଟ କରାଯାଇଥିଲା।ତେବେ ମୋଡି ଫାୟାଡ଼ ସାଇଲେନ୍ସର ଲଗାଉଥିବା ଅମାନିଆ ମୋଟର ସାଇକେଲ ଆରୋହୀ ମାନଙ୍କ ପାଇଁ ଏକ କଡା ସନ୍ଦେଶ ବୋଲି ଟାଉନ ଥାନା ଅଧିକାରୀ କହିବା ସହିତ ମୋବାଇଲରେ କଥା ହୋଇ ଗାଡି ଚଳାଉଥିବା ଏବଂ ଏପରି ସାଇଲେନ୍ସର ଲଗାଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧ ଆଗାମୀ ଦିନରେ ଆହୁରି ଅଧିକ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
