୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ୧୭ ତାରିଖ ମୋଦିଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ । ମନ୍ତ୍ରୀ କହିଛନ୍ତି, ମୋଦୀଙ୍କ ଜନ୍ମଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ଦିଆଯିବ। ପୂର୍ବରୁ ୧ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି । ନଭେମ୍ବରରେ ପିଏମ୍ ଆବାସର କାର୍ଯ୍ୟାଦେଶ ଦିଆଯିବ ।ନୂଆ ପିଏମ୍ ଆବାସ ସର୍ଭେରେ ଆବେଦନ କରିଥିଲେ ୩୫ ଲକ୍ଷ ହିତାଧିକାରୀ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ,କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ ।
