ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ସେ ବହିର ନାଁ କଣ ଜାଣନ୍ତୁ

ମୋଦୀଙ୍କୁ ଟ୍ରମ୍ପଙ୍କ ବହି ଉପହାର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟଘାଟ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଟ୍ରମ୍ପ । ଏହି ବହିଟିର ନାଁ ରହିଛି ‘ଆୱାର ଜର୍ଣ୍ଣି ଟୁଗେଦର’। ୱାସିଂଟନ ଡିସିରେ ମୋଦିଙ୍କୁ ଏହି ପୁସ୍ତକ ପ୍ରଦାନ କରିଛନ୍ତି ଟ୍ରମ୍ପ। ଏଥିରେ ଦୁଇ ବନ୍ଧୁଙ୍କ ବିଭିନ୍ନ ସମୟର ଫଟୋ ରହିଛି। ହାୱଡି ମୋଦି ଓ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ସମୟରେ ଦୁଇ ନେତାଙ୍କର ସ୍ମରଣୀୟ ଫଟୋ ସ୍ଥାନ ପାଇଛି। ଏହାଛଡ଼ା ବହିଟିରେ ନିଜ ହସ୍ତାକ୍ଷର ସହ ଟ୍ରମ୍ପ ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି- ‘ମିଷ୍ଟର ପ୍ରାଇମ ମିନିଷ୍ଟର ୟୁ ଆର୍ ଗ୍ରେଟ୍’।

ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି ଆମେରିକାରେ ପହଞ୍ଚିବାପରେ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ। ଆସନ୍ତା ୨୦୩୦ ସୁଦ୍ଧାର ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୋଦୀ କହିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ଖୁବ୍ ଶୀଘ୍ର ନିଷ୍ପତି ହେବ । ହ୍ବାଇଟ ହାଉସରେ ଦୁଇ ବିଶ୍ବନେତାଙ୍କ ମଧ୍ୟରେ ବାଣିଜ୍ୟ, ଋଷ-ୟୁକ୍ରେନ ଯୁଦ୍ଧ, ଭିସା ଓ ପ୍ରତିରକ୍ଷା ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital