ମୋଦୀ ନାରା ଦେଉଥିବା ଯୁବକଙ୍କୁ ମାଡ଼ ମରାଯିବା ଦରକାର 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ଉପରେ ରାଗ ଝାଡ଼ିଲେ କର୍ଣ୍ଣାଟକର କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଶିବରାଜ ତଙ୍ଗାଡାଗି। ରୋଜଗାର ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କହିଛନ୍ତି ଯେ ଯେଉଁ ଯୁବକ ଓ ଛାତ୍ରମାନେ ମୋଦୀ-ମୋଦୀ ନାରା ଲଗାଉଛନ୍ତି ସେମାନଙ୍କୁ ଚାପୁଡ଼ା ମାରିବା ଦରକାର।ବିକାଶ କ୍ଷେତ୍ରରେ ବିଫଳ ହେବା ସହିତ କେନ୍ଦ୍ରର ବିଜେପି ସରକାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି । ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତି ନାରା ଦେଇଥିବା ବେଳେ ଏହା ଧୂଆଁବାଣରେ ପରିଣତ ହୋଇଛି, ଚାକିରି ମାଗିବାରୁ ସେମାନେ ଯୁବକ ମାନଙ୍କୁ ପକୁଡି ବିକିବାକୁ ପରାମର୍ଶ ଦେଉଛନ୍ତି । ଏସବୁ ବିଫଳତାକୁ ନେଇ ବିଜେପି ଲୋକସଭା ନିର୍ବାଚନରେ ଭୋଟ ମାଗିବାକୁ ଆସିଲେ ସେମାନଙ୍କୁ ବିରୋଧ କରିବା ଉଚିତ।ସେ ଆହୁରି କହିଛନ୍ତି ଯେ “”ପିଏମ ମୋଦୀ ଗତ ୧୦ ବର୍ଷ ଧରି ମିଛ କହି ସବୁକିଛି ଚଳାଉଛନ୍ତି। ଏଭଳି ପରିସ୍ଥିତିରେ ସେ ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବୋକା ବନେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତରେ ୧୦୦ ଟି ସ୍ମାର୍ଟ ସିଟି ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶୃତି ଦେଇଛନ୍ତି। ମୁଁ ପଚାରୁଛି ସେଗୁଡ଼ିକ କେଉଁଠାରେ ଅଛନ୍ତି? ସ୍ମାର୍ଟ ସହରଗୁଡିକ? ଆପଣମାନେ ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ ନାଁ କହିପାରିବେ କି?”ବରିଷ୍ଠ ବିଜେପି ନେତା ସିଟି ରବି ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତ । ଆଗାମୀ ଲୋକସଭା ନିର୍ବାଚନରେ ଲଗାତର ତୃତୀୟ ଥର ଲାଗି ନିଶ୍ଚିତ ପରାଜୟ ଭୋଗୁଥିବା ଜାଣି କଂଗ୍ରେସ ନେତା ମାନେ ଏଭଳି ବାଚାଳାମି କରୁଥିବା ସେ କହିଛନ୍ତି ।

ଅଧିକ ପଢନ୍ତୁ