ମୁଖ୍ୟମନ୍ତ୍ରୀଙ୍କ ପାଇଁ ବାହାରିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବାହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।ପ୍ରସନ୍ନ କହିଛନ୍ତି, ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ। ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏପରି ନ କରିବାକୁ ସେ ଅପିଲ କରିଛନ୍ତି।ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏମିତି କହିଲେ ବିରୋଧୀ ଦଳ ଉପନେତା, ତାହା ଜଣାପଡିନାହିଁ ।
